Dream
“ସ୍ଵପ୍ନ”
ଗୋଟିଏ ଆଧୁନିକ ସହରର ଜଣେ ସାଧାରଣ
ଛାତ୍ରର ସ୍ଵପ୍ନ ବାସ୍ତବିକତା ଓ କଳ୍ପନାଶୀଳତା
ମଧ୍ୟରେ ହେଉଥିବା ସଂଘର୍ଷର କାହାଣୀ । ଏବେ ସେ ବାଲ୍ୟକାଳକୁ ଅତିକ୍ରମ କରି ଯୁବାବସ୍ଥାର
ପ୍ରଥମାବସ୍ଥାରେ ପଦାର୍ପଣ କରିଅଛି । ମସ୍ତିଷ୍କର ଅନ୍ତର୍ଦେଶରେ ସ୍ଵପ୍ନପରିପୂର୍ଣ୍ଣ
ଦୁନିଆର ସୌନ୍ଦର୍ଯ୍ୟରେ, ସେ
ନିଜକୁ ହଜାଇ ଦେଇଛି । ନିଜର ଆର୍ଥିକ ଅବସ୍ଥାର ଉନ୍ନତୀକରଣ ଉପରେ ଚିନ୍ତାଶୀଳ ହୃଦୟ ଅପେକ୍ଷା କରିଛି, କୌଣସି ଚମତ୍କାର ହେବ ଓ
ତାହାର ଅବସ୍ଥା ବଦଳିଯିବ। ଶରୀର ଖାଦ୍ୟର ଆବଶ୍ୟକତା ବୋଧ କରୁଛି । ଜୀବନ ଆଶା କରୁଛି, କେତେ ଋଣ ଶୁଝିବାକୁ ରହିଛି
। ଗୁରୁଋଣ, ମିତ୍ରଋଣ, ପିତୃଋଣ .... । କେତେ
ଯେ କର୍ତ୍ତବ୍ୟ ନିଷ୍ପାଦନ କରିବା ପାଇଁ
ରହିଛି । ମାଲିକ ପାଇଁ,
ସରକାରଙ୍କ ପାଇଁ, ବ୍ୟାଙ୍କ ପାଇଁ .... । ଅନେକ ସ୍ନେହ
ମମତା ଭରା ଦୁନିଆରେ ଆଜି ଯେମିତି ଆଶା-ନିରାଶାର ଲୁଚକାଳି ଖେଳ ମଧ୍ୟରେ ସେ ତାର
ବାଲ୍ୟବସ୍ଥାକୁ ଖୋଜୁଅଛି ।
ମାତ୍ର ତାର ସେ ପ୍ରତି ନିଘା ନାହିଁ । ସେ ଆଧୁନିକ ଚାକ-ଚକ୍ୟଭରା ସମାଜରୂପୀ ଦେଶର ଅଜ୍ଞାତ ରାସ୍ତା ପାର୍ଶ୍ଵରେ ଅପଲକ ନୟନରେ, ଅପେକ୍ଷାରତ ଅବସ୍ଥାରେ ରହି, ଚିନ୍ତାଶୀଳ ହେବାର ଅଭିନୟ
କରିବାକୁ ଚେଷ୍ଟାଶୀଳ । କାରଣ ଏହାହିଁ ସର୍ବବିଦିତ, ସମସ୍ତେ ଏହାହିଁ ଚାହୁଛନ୍ତି ।
ନୂତନ ସମାଜ ତାକୁ ଶିକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛି ! ବାଲ୍ୟ କାଳରେ ଅର୍ଜିତ ପୁସ୍ତକ ବିଦ୍ୟା, ଜୀବନ
ସଂଗ୍ରାମରେ ଆଗେଇ ନେବାକୁ ସ୍ଵପ୍ନ ଦେଖାଇଛି, ମାତ୍ର ସେ ସ୍ଵପ୍ନର
ମୂଲ୍ୟ, ସମୟ ନିର୍ଧାରିତ କରିଛି। ସେହି ମୂଲ୍ୟ ଦେବାପାଇଁ ସେ ତାହାର
ସର୍ବସ୍ଵ ଦେବା ପାଇଁ ଇଚ୍ଛୁକ, କିନ୍ତୁ ତାହା ମଧ୍ୟ ଊଣା ହେଇଯାଉଛି । ସମସ୍ତ
ପରିବେଶରେ ଶୀତଳ ଜଳର ଉପସ୍ଥିତି ଥିଲେ ମଧ୍ୟ, ତାର ତୃଷ୍ଣା ମେଣ୍ଟୁନାହିଁ।
ସେ ଅପେକ୍ଷାରତ ହୋଇ ରହିଅଛି ।
ଅନେକ ବ୍ୟକ୍ତି ଅନେକ ପଦ ପଦବୀରେ ନିଜର କାର୍ଯ୍ୟ ନିର୍ବାହ କରୁଥିବାର
ସେ ରାସ୍ତା ପାର୍ଶ୍ଵରେ ଦଣ୍ଡାୟମାନ ହୋଇ ଅବଲୋକନ
କରୁଅଛି ମାତ୍ର ଆଜି ତାର ସ୍ଵପ୍ନ, ପ୍ରକୃତିର
ଅରଣ୍ୟରେ ନିଜକୁ ସୁରକ୍ଷିତ କରିବା ପାଇଁ ସଂଗ୍ରାମରତ ।
ସମୟର ଗତି ଉଛୁଳା ନଈପରି ସୀମା ଲଙ୍ଘି ଅଗ୍ରଗତି କରି ଚାଲିଛି । ସ୍ଵପ୍ନଟି ଯେମିତି ବିଜ୍ଞାନ ଓ
ଜୀବନ ମଧ୍ୟରେ ନିଜର ସତ୍ଵା ଖୋଜିବୁଲୁଛି ।
କ୍ରମଶଃ: .......
Comments
Post a Comment