Posts

Showing posts from April, 2020

Dream

“ ସ୍ଵପ୍ନ ” ଗୋଟିଏ ଆଧୁନିକ ସହରର ଜଣେ ସାଧାରଣ ଛାତ୍ରର   ସ୍ଵପ୍ନ ବାସ୍ତବିକତା ଓ କଳ୍ପନାଶୀଳତା ମଧ୍ୟରେ ହେଉଥିବା ସଂଘର୍ଷର କାହାଣୀ   । ଏବେ  ସେ ବାଲ୍ୟକାଳକୁ ଅତିକ୍ରମ କରି ଯୁବାବସ୍ଥାର ପ୍ରଥମାବସ୍ଥାରେ ପଦାର୍ପଣ କରିଅଛି । ମସ୍ତିଷ୍କ ର ଅନ୍ତର୍ଦେଶରେ  ସ୍ଵପ୍ନପରିପୂର୍ଣ୍ଣ ଦୁନିଆର ସୌନ୍ଦର୍ଯ୍ୟରେ ,  ସେ ନିଜକୁ ହଜାଇ ଦେଇଛି ।    ନିଜର ଆର୍ଥିକ ଅବସ୍ଥାର ଉନ୍ନତୀକରଣ ଉପରେ ଚିନ୍ତାଶୀଳ ହୃଦୟ  ଅପେକ୍ଷା କରିଛି ,  କୌଣସି ଚମତ୍କାର ହେବ ଓ ତାହାର ଅବସ୍ଥା ବଦଳିଯିବ ।   ଶରୀର ଖାଦ୍ୟର ଆବଶ୍ୟକତା ବୋଧ କରୁଛି । ଜୀବନ ଆଶା  କରୁଛି , କେତେ ଋଣ ଶୁଝିବାକୁ ରହିଛି । ଗୁରୁଋଣ , ମିତ୍ରଋଣ , ପିତୃଋଣ .... । କେତେ ଯେ କର୍ତ୍ତବ୍ୟ   ନିଷ୍ପାଦନ କରିବା ପାଇଁ ରହିଛି ।  ମାଲିକ ପାଇଁ , ସରକାରଙ୍କ ପାଇଁ , ବ୍ୟାଙ୍କ ପାଇଁ .... ।  ଅନେକ  ସ୍ନେହ ମମତା ଭରା ଦୁନିଆରେ ଆଜି ଯେମିତି ଆଶା-ନିରାଶାର ଲୁଚକାଳି ଖେଳ ମଧ୍ୟରେ ସେ ତାର ବାଲ୍ୟବସ୍ଥାକୁ ଖୋଜୁଅଛି । ମାତ୍ର ତାର ସେ ପ୍ରତି ନିଘା ନାହିଁ । ସେ ଆଧୁନିକ ଚାକ-ଚକ୍ୟଭରା ସମାଜରୂପୀ ଦେଶର ଅଜ୍ଞାତ  ରାସ୍ତା ପାର୍ଶ୍ଵରେ ଅପଲକ ନୟନରେ , ଅପେକ୍ଷାରତ ଅବସ୍ଥାରେ ରହି , ଚିନ୍ତାଶୀଳ ହେବାର ଅଭିନୟ କରିବାକୁ ଚେଷ୍ଟାଶୀଳ । କାରଣ ଏହାହିଁ ସର୍ବବିଦିତ ,...